ସୌମ୍ୟରଞ୍ଜନ ହତ୍ୟାକାଣ୍ଡ
ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଅଧିକ ପଚରା ଉଚରା ପାଇଁ କ୍ରାଇମବ୍ରାଂଚ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ।
ଏହି ଘଟଣାରେ ଏଯାବତ ପ୍ରାୟ ୨୦ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିସାରିଛି ।
ଏହି ଘଟଣାରେ ଅଧିକ ପଚରା ଉଚୁରା ପାଇଁ ଗିରଫ ହୋଇସାରିିଥିବା ପଂଚାନନ ବଡ଼ଜେନା, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ କ୍ରାଇମବ୍ରାଂଚ ରିମାଣ୍ଡରେ ଆଣିବାକୁ ଚାହୁଁଛି ।
ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମବ୍ରାଂଚ ପ୍ରମାଣ ପାଇସାରିଛି ।
ଆଜିଠାରୁ ୨ ଦିନିଆ ରିମାଣ୍ଡରେ ଆଣି ଏହି ୩ ଜଣଙ୍କୁ ଘାଂଟିବ କ୍ରାଇମବ୍ରାଂଚ ଟିମ ।
ସୂଚନାଥାଉ କି, ଗତ ମଇ ୭ ତାରିଖରେ ବାଲିଅନ୍ତାରେ ଏହି ୩ ଜଣଙ୍କ ପ୍ରରୋଚନା ଓ ଷଡ଼ଯନ୍ତ୍ରରେ ଏକାଧିକ ଲୋକେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବାଲିଅନ୍ତା ଥାନା ପୁଲିସର ଉପସ୍ଥିତିରେ ଅତି ନୃଶଂସ ଭାବେ ପିଟିପିଟି ମାରିଦେଇ ଥିଲେ ।
ତଦନ୍ତପରେ ଏହି ହତ୍ୟାକାଣ୍ଡରେ ଗିରଫ ଉପରୋକ୍ତ ୩ ମୁଖ୍ୟ ଅଭିଯୁକ୍ତଙ୍କ ହାତ ଥିବା ନେଇ କ୍ରାଇମବ୍ରାଂଚ ପ୍ରମାଣ ମିଳିବାପରେ ସେମାନଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟକୁ ନିବେଦନ କରିଛି ।