ରହସ୍ୟ ଭେଦୁଛି ଏସଟିଏଫ
ଗତ ୨ ଦିନ ତଳେ ୮ ତାରିଖ ରାତିରେ ବାଲେଶ୍ୱର ଜିଲାର ଭୋଗରାଇ ଠାରେ ଏକ ଅଦ୍ଭୁତ ଜୀବଙ୍କୁ ଲୋକେ ଦେଖିବାକୁ ପାଇ ଜଙ୍ଗଲ ବିଭାଗକୁ ଖବର ଦେଲେ ।
ବଣମଣିଷ ଭଳି ଦେଖାଯାଉଥିବା ଏହି ୫ ଅଦ୍ଭୁତ ଜୀବ ପ୍ରକୃତରେ ଓରାଉଂଗଟନ ବୋଲି ପରେ ବନ ବିଭାଗ ସ୍ପଷ୍ଟ କରିଥିଲା ।
ହେଲେ ଏହି ଓରାଉଂଗଟନ କେବଳ ସୁଦୂର ଇଣ୍ଡୋନେସିଆ, ଜାଭ ଓ ସୁମାତ୍ରାରେ ଦେଖାଯାଉଥିବାବେଳେ ଏଠାକୁ ତାଙ୍କୁ କିଏ ଓ କାହିଁକି ଆଣିଲା ତାହାର ରହସ୍ୟ ଭେଦୁଛି ଏସଟିଏଫ ।
ଜଙ୍ଗଲ ବିଭାଗକୁ ପୁଲିସ ଓ ସ୍ଥାନୀୟ ଲୋକେ ଦେଇଥିବା ସୂଚନାନୁଯାୟୀ, ଘଟଣା ଦିନ ଗୋଟିଏ କଳା ରଙ୍ଗର ଗାଡ଼ି ଆସି ୧୫ ମିନିଟ ରହି ପଳାଇ ଯାଇଥିଲା ।
ତେବେ ଏହି ଗାଡ଼ିଟି କେଉଁଠୁ ଆସିଥିଲା, ତା’ଭିତରେ କେଉଁମାନେ ସବାର ଥିଲେ ଓ ସେହି ଗାଡ଼ିରେ ୫ ଓରାଉଂଗଟନଙ୍କୁ ଆଣି ଭୋଗରାଇରେ ଛଡ଼ାଯାଇଥିଲା କି ନାହିଁ ତାହାର ଖୋଳତାଡ଼ କରୁଛି ଏସଟିଏଫ ।
ଅନ୍ୟପଟେ ଏହା ଏକ ଅନ୍ତର୍ଜାତୀୟ ସ୍ମଗ୍ଲିଂ ରାକେଟର କାମ ବୋଲି ପୁଲିସ ସନେ୍ଦହ କରୁଥିବାବେଳେ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି ।








