ନଭେମ୍ବର ୧୯ରୁ ୧୭ବର୍ଷରୁ କମ ଫୁଟବଲ ବିଶ୍ୱକପ
କାତାରରେ ଆଗାମୀ ନଭେମ୍ବର ୧୯ତାରିଖରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଫିଫା ୧୭ବର୍ଷରୁ କମ ଫୁଟବଲ ବିଶ୍ୱକପ-୨୬ ଆରମ୍ଭ ହେବ ।
ଏ ନେଇ ବୁଧବାର ଫିଫା ଓ କାତାର ବିଶ୍ୱକପ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି ।
ଏଥିରେ ପ୍ରଥମ ଥର ପାଇଁ ୪୮ଟି ଦଳ ଅଂଶ ଗ୍ରହଣ କରିବାବେଳେ ମୋଟ ୧୦୪ଟି ମ୍ୟାଚ ଖେଳାଯିବ ।
ଖଲିଫା ଇଂଟରନ୍ୟାସନାଲ ଷ୍ଟାଡ଼ିୟମରେ ଫାଇନାଲ ଖେଳାଯିବ । ସୂଚନାଯୋଗ୍ୟ ଫିଫା ୧୭ବର୍ଷରୁ କମ ଫୁଟବଲ ବିଶ୍ୱକପ ୨୦୨୫ ମସିହା କ୍ରୀଡ଼ାରେ ପର୍ତୁଗାଲ ଚମ୍ପିଆନ ହୋଇଥିଲା ।