ଗିରଫ ହୋଇପାରନ୍ତି ମୃତ ଆଶୁତୋଷଙ୍କ ପତ୍ନୀ ଓ ଶାଳକ
ବ୍ରହ୍ମପୁରରେ ଏମଭି କନେଷ୍ଟବଳ ଆଶୁତୋଷଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଏହା ପାଇଁ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ଦାୟୀ ବୋଲି ସେ ତାଙ୍କ ମୃତ୍ୟୁ କାଳୀନ ବୟାନ ଦେଇଛନ୍ତି ।
ତେଣେ ବ୍ରହ୍ମପୁର ପୁଲିସ ଉକ୍ତ ବୟାନ ଆଧାରରେ ମୃତ ଏମଭି କନେଷ୍ଟବଳ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ଓ ତାଙ୍କ ଭାଇ ତଥା ଶାଳକଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ବୋଲି ବ୍ରହ୍ମପୁର ଏସପି ଶବଚ୍ଚ ବିବେକ ଏମ୍ କହିଛନ୍ତି ।
ଏହି ମାମଲାର ସାଇଂଟିଫିକ ପ୍ରମାଣ ଆଧାରରେ ସବୁ ଦିଗର ତଦନ୍ତ କରାଯାଉଛି ।
ଆବଶ୍ୟକ ହେଲେ ଉଭୟ ସନ୍ଧ୍ୟା ଓ ତାଙ୍କ ଭାଇଙ୍କ ପଲିଗ୍ରାଫ ଟେଷ୍ଟ ହେବ ବୋଲି ଏସପି କହିଛନ୍ତି ।
ସୂଚନାଥାଉ କି ଏମଭି କନେଷ୍ଟବଳ ଆଶୁତୋଷ ଓ ପତ୍ନୀ ସନ୍ଧ୍ୟାଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା ।
କନେଷ୍ଟବଳ ଆଶୁତୋଷ ତାଙ୍କ ସ୍ତ୍ରୀ ସନ୍ଧ୍ୟାଙ୍କୁ ମନାଇ ଘରକୁ େ ଫରାଇ ଆଣିବା ଲାଗି ଶ୍ୱଶୁର ଘରକୁ ଯାଇଥିଲେ ।
ସେଠାରେ ପତ୍ନୀ ସନ୍ଧ୍ୟାଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା ।
ଏଥିରେ ସନ୍ଧ୍ୟା ଓ ତାଙ୍କ ଭାଇ ଉତକ୍ଷିପ୍ତ ହୋଇ ଜାରରେ ଥିବା ପେଟ୍ରୋଲ ତାଙ୍କ ଉପରେ ଢାଳି ଦେଇଥିଲେ ।
ପ୍ରାଣ ବଂଚାଇବା ଲାଗି ଆଶୁତୋଷ ବାହାରକୁ ଦୌଡ଼ି ପଳାଇ ଆସୁଥିବାବେଳେ ତାଙ୍କ ପତ୍ନୀ ଓ ଶାଳକ ଡିଆସିଲି ମାରିଦେବାରୁ ସେ ଜୀବନ୍ତ ଦଗ୍ଧ ହୋଇଯାଇଥବା ମୃତ୍ୟୁ କାଳୀନ ବୟାନ ଦେଇଛନ୍ତି ।