ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି
ରାତାରାତି ୫୦ ଲକ୍ଷ ଟଙ୍କା ଲୁଟିନେଲେ
ଏବେ ସ୍ୱୟଂ ଭଗବାନ ମଧ୍ୟ ସୁରକ୍ଷିତ ନୁହନ୍ତି । କାରଣ ହନୁମାନ ମନ୍ଦିରରୁ ଜଣେ ଦୁର୍ବୃତ ବିଳମ୍ବିତ ରାତିରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କାର ପ୍ରଭୁଙ୍କ ଅଳଙ୍କାରକୁ ଲୁଟି ନେଇଛି ।
ଏଭଳି ଏକ ଘଟଣା ଗଂଜାମର ଛତ୍ରପୁରର କୁମାରବେଗପଲ୍ଲୀ ଗାଁରେ ଥିବା ଏକ ହନୁମାନ ମନ୍ଦିରରେ ଘଟିଛି । ଗତ ମଙ୍ଗଳବାର ରାତିରେ ପୂଜକ ପୂଜା ସାର ମନ୍ଦିରର ସମସ୍ତ କବାଟକୁ ତାଲା ମାରି ଘରକୁ ଯାଇଥିଲେ ।
ବୁଧବାର ସକାଳୁ ମନ୍ଦିର ଖୋଲିବା ସମୟରେ ଚୋରି ହୋଇଥିବା ଜାଣିପାରି ପୁଲିସକୁ ଖବର ଦେଇଥିଲେ ।
ଦୁର୍ବୃତମାନେ ପ୍ରଭୁଙ୍କ ସୁନା ଅଳଙ୍କାର, ରୂପାର ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ମୂର୍ତି ସମେତ ହୁଣ୍ଡିକୁ ଟେକି ନେଇଯାଇଥିବା ସେଠାରେ ଲାଗିଥିବା ସିସିଟିିଭି ଫୁଟେଜରୁ ସ୍ପଷ୍ଟ ଦେଖାଯାଉଛି ।
ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଚୋରି ହୋଇଥିବା ସୁନା ରୁପା ଅଳଙ୍କାର ଓ ମୂର୍ତିର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ଟଙ୍କାର ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।