ରାଜ୍ୟରେ ୧୩ଦିନ ତେଲର ଅଭାବ ନାହିଁ : ମନ୍ତ୍ରୀ
ରାଜ୍ୟରେ ତୈଳ ସଂକଟ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୧୩ଦିନ ପାଇଁ ତେଲର ଅଭାବ ନାହିଁ । ତେଣୁ ଭୟଭୀତ ହୋଇ ପେଟ୍ରୋଲ ନ କିଣିବାକୁ କହିଛନ୍ତି ।
ଘରେ ପେଟ୍ରୋଲ କିଣି ମହଜୁଦ ରଖନ୍ତୁନି, ଦେଶ ଓ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ରହିଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି ।
ବେଆଇନ ଗଚ୍ଛିତ ତୈଳ ଥିବା ସ୍ଥାନରେ ଚଢ଼ଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ତେବେ କୌଣସି ଗୁଜବକୁ ପ୍ରଶୟ ଦିଅନ୍ତୁ ନାହିଁ । ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ରହିଛି ବୋଲି କୁହାଯାଇଛି ।