ଲୋକସଭାରେ ୩ ଗୁରୁତ୍ୱପୂର୍ଣ୍ଣ ସ୍ୱତନ୍ତ୍ର ବିଲ ଆଗତ
କେନ୍ଦ୍ର ସରକାର ଆଜି ସଂସଦରେ ୩ଟି ଗୁୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୋଟିଏ ବିଲ ଆଗତ କରିଥିବାବେଳେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାତ ସଂସଦରେ ୨ଟି ବିଲ ଆଗତ କରିଛନ୍ତି ।
ଆଜି ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୬ ଆଗତ କରିଛନ୍ତି ଆଇନ ମନ୍ତ୍ରୀ ମେଘାୱତ । ନାରୀ-ଶକ୍ତି ବନ୍ଧନ ଅଧିନିୟମ , ସୀମା ପୁନଃ ନିର୍ଦ୍ଧାରଣ ବିଲ-୨୦୨୬ ଆଗତ କରିଛନ୍ତି ଆଇନମନ୍ତ୍ରୀ ।
ଆଜି ଲୋକସଭାରେ ଆଗତ ୩ ଗୁରୁତ୍ୱପୂର୍ଣ୍ଣ ବିଲକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିତର୍କ ଜାରି ରହିଛି ।
୧୮ ଘଂଟା ଚାଲିବ ବିତର୍କ । କାଲି ଅପରାହ୍ଣ ୪ଟାରେ ଆଗତ ବିଲ ଉପରେ ଭୋଟିଂ ହେବ ।
ଆଜି ଲୋକସଭାରେ ୧୫ରୁ ୧୮ ଘଂଟା ବିତର୍କ ଚାଲିବ ବୋଲି ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି ।
ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶାସକ-ବିରୋଧୀଙ୍କ ମଧ୍ୟରେ ବିତର୍କ ଚାଲିବା ସମ୍ଭାବନା ରହିଛି ।