କାଳବୈଶାଖୀ ତାଣ୍ଡବରେ ୩ ମୃତ
ସମଗ୍ର ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଅପରାହ୍ନରେ ହଠାତ ପ୍ରବଳ ଘୂର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଆରମ୍ଭ ହୋଇଥିଲା । ଯାହାଦ୍ୱାରା ବିଭିନ୍ନ ଅଂଚଳରେ ବଡ଼ବଡ଼ ଗଛମାନ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି । କେନ୍ଦୁଝର ଟାଉନ ଥାନା ଅଧିନ ନରଣପୁର ଅଂଚଳରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଏକ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଂଟ ପ୍ରବଳ ପବନରେ ଭୁଶୁଡ଼ି ପଡ଼ିବା ଯୋଗୁଁ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି । ମୃତାହତଙ୍କ ପରିଚୟ ପୁଲିସ ପାଇପାରି ନାହିଁ । ସମଗ୍ର ଅଂଚଳରେ ଘଟଣାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରବଳ କାଳବୈଶାଖୀ ଯୋଗୁଁ କେନ୍ଦୁଝର ଜିଲାର ଅନେକ ଅଂଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ଦେଖାଯାଇଛି ।