ସିବିଏସଇ ପରୀକ୍ଷାରେ ଟିନାଙ୍କ ବିରଳ ରେକର୍ଡ
୫୦୦ରୁ ୫୦୦ ମାର୍କ ରଖିଛନ୍ତି
ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ପୁରୀର ଟିନା ରଥ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।
ସେ ମୋଟ ୫୦୦ରୁ ୫୦୦ ମାର୍କ ରଖି ଇତିହାସ ରଚିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଦିନକୁ ୭ରୁ ୮ ଘଂଟା ପଢ଼ୁଥିଲି । ଗୋଟିଏ ବିଷୟକୁ ପୁଣି ପଢ଼ି ଥରେ ସମ୍ପୂର୍ଣ୍ଣ ଲେଖୁଥିଲି ବୋଲି କହିଛନ୍ତି ଟିନା ।
ତେବେ ବର୍ତମାନ ପୃଥିବୀରେ ବହୁ ହୃଦରୋଗୀ ଥିବାରୁ ଭବିଷ୍ୟତରେ ଜଣେ କାର୍ଡିଓ ସର୍ଜନ ହେବି ବୋଲି କହିଛନ୍ତି ଟିନା ।
ଚଳିତ ବର୍ଷ ଦେଶର ୮,୦୭୫ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ପ୍ରାୟ ୨୫ ଲକ୍ଷ ୮ ହଜାର ୩୧୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ ।
ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।