ମାର୍କେଟ କମ୍ପ୍ଲେକ୍ସକୁ ପଶିଗଲା ଟ୍ରକ
କୋରାପୁଟ ସହର ୨୬ ନମ୍ବର ଜାତୀୟ ରାଜପଥ ଆରଟିଓ ଅଫିସ ତଳୁଆ ରାସ୍ତାରେ ୫ମାସ ପରେ ପୁଣି ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟି ୮ଟି ବାଇକ କ୍ଷତି ହୋଇଯାଇଥିବା ଜଣାପଡ଼ିଛି ।
ଗୁରୁବାର ସନ୍ଧ୍ୟାୟ ପ୍ରାୟ ସାଢ଼େ ୫ଟାରେ ଏକ ଟ୍ରକ ଛତିଶଗଡ଼ର ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ଟ୍ରକଟି ବ୍ରେକ ଫେଲ ହୋଇ ବିପରୀତ ଦିଗକୁ ଯାଇ କୋରାପୁଟ ସହର ସର୍କିଟ ହାଉସ ତଳୁଆ ଅଂଚଳ ଏଚଡିଏଫସି ବ୍ୟାଙ୍କ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଗ୍ରାଉଣ୍ଡ ଫ୍ଲୋର ଭିତରକୁ ପଶି ଯାଇଥିଲା ।
ଅନେକେ ସେଠାରେ ବାଇକ, କାର ଇତ୍ୟାଦି ରଖିଥିଲେ । ତେଣୁ ଏହି ଦୁର୍ଘଟଣା ଯୋଗୁଁ ୮ଟି ଭଳି ବାଇକ ବିଶେଷ କ୍ଷତିଗ୍ରସ୍ତ ହୋଇଛି ।
ତେବେ ଘଟଣାକୁ ନେଇ କୌଣସି ମୃତାହତ ଖବର ମିଳିପାରି ନାହିଁ । ସୂଚନା ଥାଉକି ଗତ ଡିସେମ୍ବର ୧୯ ତାରିଖରେ ସମାନ ସ୍ଥାନରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା ।