ପୋଖରୀରେ ବୁଡ଼ି ୨ ଭଉଣୀ ମୃତ
ପହଁରା ଶିଖିବାକୁ ଯାଇ ମଲେ
ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଖନ୍ତାପଡ଼ା ଥାନା ଭୂଇଁପଡ଼ା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ୨ ସମ୍ପର୍କୀୟ ଭଉଣୀ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ।
୨ ମୃତ ନାବାଳିକାଙ୍କ ବୟସ ୧୦ ବର୍ଷ ମଧ୍ୟରେ ହେବ ବୋଲି ସେମାନଙ୍କ ପରିବାର ଲୋକେ କହୁଛନ୍ତି ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରୁ ୨ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲା ।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଏହାକୁ ନେଇ ଭୂଇଁପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ତେବେ ଏହି ଦୁଇ ଭଉଣୀ ପରିବାର ଲୋକଙ୍କୁ ନ ଜଣାଇ ସେହି ପୋଖରୀକୁ ପହଁରା ଶିଖିବାକୁ ଯାଇଥିଲେ ବୋଲି ଶୁଣିବାକୁ ମିଳିଛି ।
ପୁଲିସ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ୨ ନାବାଳିକାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି ।