ତାମିଲନାଡ଼ୁରେ ‘ବିଜୟ’ ଯୁଗ
୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ
ଆଜି ରବିବାର ମଇ ୧୧ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଟିଭିକେ ପ୍ରତିଷ୍ଠାତା ତଥା ଦକ୍ଷିଣ ଭାରତର ସୁପରଷ୍ଟାର ଥାଇ ରାଜନୀତିରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ଥଲପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୧୯୬୭ ପରେ ତାମିଲନାଡ଼ୁରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ବିଜୟ ଶପଥ ଗ୍ରହଣ କରିଛନ୍ତି ।
ତାଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ସୂଚନାଥାଉ କି, ଚଳିତ ନିର୍ବାଚନରେ ୨୩୪ ଆସନ ବିଶିଷ୍ଟ ବିଧାନସଭାରେ ବିଜୟଙ୍କ ତାମିଲାଗା ଭେଟ୍ରି କାଝଗମ (ଟିଭିକେ) ସର୍ବାଧିକ ୧୦୮ଟି ଆସନରେ ବିଜୟୀ ହୋଇ ରାଜ୍ୟରେ ଶାସନ କରିବାକୁ ହକଦାର ହୋଇଥିଲା; ମାତ୍ର ସଂଖ୍ୟା ଗରିଷ୍ଠତା ପାଇଁ ତାକୁ ଆଇ ୧୦ଟି ଆସନର ଆବଶ୍ୟକତା ଥିଲା । ଏଥିପାଇଁ ବିଜୟଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ।
ଶେଷରେ ସିପିଆଇ, ସିପିଆଇ(ଏମ), ବିଦୁ୍ୟତଥଲାଇ ଚିରିଠୁଥାଇଗାଲ କାଟଚି (ଭିସିକେ) ଏବଂ ଇଣ୍ଡିଆନ ୟୁନିଅନ ମୁସିଲମ ଲିଗ (ଆଇୟୁଏମଏଲ)ର ସମର୍ଥନରେ ୧୧୮ଟି ସିଟ ହାସଲ କରି ବିଜୟ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।
ତେବେ ବିଜୟ ପରେ ନିଜର ପ୍ରିୟ ତାମିଲନାଡୁବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଉପହାର ଘୋଷଣା କରିଛନ୍ତି ।
ଏହିକ୍ରମରେ ସେ ୩ଟି ଡକୁ୍ୟମେଂଟରେ ଦସ୍ତଖତ ମଧ୍ୟ କରିଛନ୍ତି ।
ତାଙ୍କର ରାଜ୍ୟବାସୀଙ୍କୁ ୩ଟି ଉପହାର ହେଲା ୧- ୨୦୦ ୟୁନିଟ ମାଗଣା ବିଜୁଳି ମିଳିବ, ୨- ଡଗ୍ସ କାରବାର ରୋକିବାକୁ ହେବ ଟାସ୍କଫୋର୍ସ ଏବଂ ୩-ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସ୍ପେଶାଲ ଟାସ୍କଫୋର୍ସ ।