ବିଜୟ ପାସ, ଏଆଇଡିଏମକେ ଫେଲ
ତାମିଲନାଡୁ ବିଧାନସଭାରେ ବିଜୟର ଟିଭିକେ ସରକାରକୁ ପୁଣି ଥରେ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଛି ।
ନିଜର ସଂଖ୍ୟା ଗରିଷ୍ଠତାକୁ ପ୍ରମାଣ କରିବା ସହିତ ବିଜୟଙ୍କ ଟିଭିକେ ଦଳ ବୁଧବାର ତାମିଲନାଡୁ ବିଧାନସଭାରେ ହୋଇଥିବା ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛି ।
୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ ସପକ୍ଷରେ ୧୪୪ଟି ଭୋଟ ପଡ଼ିଥିବାବେଳେ ବିରୋଧୀ ଏଆଇଡିଏମ୍କେ ପକ୍ଷରେ ମାତ୍ର ୨୨ଟି ଭୋଟ ପଡ଼ିଥିଲା ।
ଏହି ଫ୍ଲୋର ଟେଷ୍ଟରେ ଅନ୍ୟଦୁଇ ଦଳ ଡିଏମକେ ଓ ଡିଏମଡିକେ ଭୋଟରେ ସାମିଲ ହୋଇନଥିବାବେଳେ ପିଏମକେ ଓ ବିଜେପିର ବିଧାୟକମାନେ ଅନୁପସ୍ଥିତ ରହିଥିଲେ ।
ଫଳରେ ବିଜୟଙ୍କ ଟିଭିକେ ଦଳ ୧୪୪ଟି ଭୋଟ ପାଇ ଆସ୍ଥା ଭୋଟକୁ ଜିତିବା ସହ ଶାସକ ଦଳ ଭାବେ ନିଜର ସ୍ଥିତିକୁ ବଜାୟ ରଖିଛି ।