କେବେ ଗିରଫ ହେବେ ପ୍ରକାଶ ପାଶୱାନ ?
ରାଉରକେଲା ସର୍କିଟ ହାଉସ ଘଟଣାରେ ପୁଲିସର ତନାଘନା ଜାରି ରହିଛି ।
ଏହି ଘଟଣାରେ ରାଉରକେଲା ପୁଲିସ ଏବେ ଯୁବ ନେତା ପ୍ରକାଶ ପାଶୱାନଙ୍କୁ ଖୋଜୁଛି ।
ପ୍ରକାଶ କେଉଁଠି ଲୁଚିଛନ୍ତି ତାକୁ ନେଇ ତାଙ୍କ ପରିବାରବର୍ଗଙ୍କୁ ପୁଲିସ ଜେରା କରୁଛି ।
ଏବେ ଏହି ଘଟଣାରେ ପ୍ରକାଶଙ୍କ କାରକୁ ପୁଲିସ ଥାନାରେ ଅଟକ ରଖିବା ସହ ତାଙ୍କୁ ଖୋଜିବୁଲୁଛି ।
ଏପରିକି ପ୍ରକାଶଙ୍କୁ ଗିରଫ କରିବା ପାଇଁ ରାଜ୍ୟ ବାହାରକୁ ମଧ୍ୟ ପୁଲିସ ଟିମ ଯାଇଛି ।
ଏବେ ପ୍ରକାଶଙ୍କୁ ରାଜ୍ୟ ପୁଲିସର ୫ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖୋଜିବାରେ ଲାଗିଛି ।








