ଦେବାଶିଷଙ୍କ ପରେ କିଏ ?
ମଙ୍ଗଳବାର ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡିକୁ ଛାଡ଼ି ଭାରତୀୟ ଜନତା ପାର୍ଟି ବିଜେପିରେ ସାମିଲ ହୋଇଛନ୍ତି ।
ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ବିଜେପିରେ ବିଧିବଦ୍ଧଭାବେ ଯୋଗ ଦେଇଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ, ତାଙ୍କୁ ବିଜେଡି ଯୋଜନାବଦ୍ଧ ଭାବେ ଅଣଦେଖା କରିଆସୁଥିଲା । ତେଣୁ ସେ ଲୋକଙ୍କ ପାଇଁ କାମ କରିବାକୁ ମନସ୍ଥ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲୋକପ୍ରିୟତା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।
ଅନ୍ୟପଟେ ରାଜ୍ୟସଭାରେ ବିଜେଡିର ପତିଆରା କ୍ରମେ ହ୍ରାସ ପାଇବାରେ ଲାଗିଛି ।
ପୂର୍ବରୁ ମମତା ମହନ୍ତ, ସୁଜିତ କୁମାର ବିଜେଡି ଛାଡ଼ି ସାରିଥିବାବେଳେ ଏବେ ଦେବାଶିଷ ବିଜେଡିର ହାତ ଛାଡ଼ି ପଦ୍ମ ଧରିଛନ୍ତି ।
ଫଳରେ ରାଜ୍ୟସଭାରେ ବିଜେଡିର ପତିଆରା ଢେର ହ୍ରାସ ପାଇଛି ।
ବିଜେଡିରୁ ଗୋଟିଏ ପରେ ଗୋଟିଏ ସାଂସଦ ଦଳ ଛାଡ଼ୁଛନ୍ତି ।
ପ୍ରଥମେ ମାନସ ମଙ୍ଗରାଜ ଓ ପରେ ସସ୍ମିତ ପାତ୍ର ଦଳ ଛାଡ଼ିସାରିଲେଣି ।
ପୁଣି ଆଗକୁ ସୁଲତା ଦେଓ, ସଂତୃପ୍ତ ମିଶ୍ର ଏବଂ ଶୁଭାଶିଷ ଖୁଂଟିଆ ମଧ୍ୟ ବିଜେଡି ଛାଡ଼ିପାରନ୍ତି ବୋଲି ସୂଚନା ମିଳିଛି ।
ଏନେଇ ଆସନ୍ତା ୫ରୁ ୭ଦିନ ଭିତରେ କୌଣସି ମୁହୂର୍ତରେ ଏକ ବଡ଼ ସୂଚନା ଆସିପାରେ ବୋଲି ଅନୁମାନ କରାଯାଉଛି ।
ଏନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ଥିବା ବିଜେପି ନେତା ଦାବି କରିଛନ୍ତି ।
ତେବେ ବିଜେଡିରେ ଆଉ ୫ ଜଣ ରାଜ୍ୟସଭା ସାଂସଦ ଥିବାବେଳେ କେଉଁ ମୁହୂର୍ତରେ ସେମାନେ ଦଳ ଛଡ଼ି ପଦ୍ମ ଧରିପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଛି ।