ପଥରରେ ଛେଚି ସ୍ତ୍ରୀକୁ ହତ୍ୟା
ପାରିବାରିକ କଳହକୁ କେନ୍ଦ୍ର କରି ସୁନ୍ଦରଗଡ଼ରେ ଘଟିଛି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ତଳସରା ଥାନା ଡମକୁଡ଼ା ଗାଁରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ପୁଲିସ ଏ ନେଇ ଏକ ମାମଲା ରୁଜୁ କରି, ହତ୍ୟା କାଣ୍ଡରେ ସମ୍ପୃକ୍ତ ସ୍ୱାମୀକୁ ଅଟକ ରଖିଛି ।
ଘଟଣାରୁ ପ୍ରକାଶ ଯେ, ଡମକୁଡ଼ା ଗାଁର ରାଜେଶ ହେମ୍ବ୍ରମ ତାଙ୍କ ସ୍ତ୍ରୀ ଆରତୀ ଓ ୨ ପିଲାଙ୍କୁ ନେଇ ରହୁଥିଲେ । ଗତ ଶୁକ୍ରବାର ରାତିରେ କୌଣସି ଏକ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଓ ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ରାଜେଶ ତାଙ୍କ ସ୍ତ୍ରୀ ଆରତୀଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
ତେବେ ଅଧିକାଂଶ ସମୟରେ ଅଭିଯୁକ୍ତ ସ୍ୱାମୀ ରାଜେଶ ମଦ୍ୟପାନ କରି ଆସି ଘରେ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରୁଥିବା ପୁଲିସ ଜାଣିବାକୁ ପାଇଛି ।