ବେଙ୍ଗଲ ଦଖଲ କରିବ କି ବିଜେପି ?
ବେଙ୍ଗଲ ଦଖଲ କରିବ କି ବିଜେପି ?
ଏଥରକ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ପାଇଁ ହୋଇଥିବା ମତଦାନ ପରେ ଭୋଟିଂର ବର୍ଦ୍ଧିତ ପ୍ରତିଶତ ଦେଖି ବେଙ୍ଗଲକୁ ବିଜେପି ଦଖଲ କରିବ କି ? ବୋଲି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇସାରିଛି ।
ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଏକ୍ସିଟ ପୋଲ ଅନୁସାରେ ଏଥରକ ପଶ୍ଚିମବଙ୍ଗର ବିଧାନସଭାର ୨୯୪ଟି ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ୧୧୭ରୁ ୧୮୭ଟି ସିଟରେ ବିଜୟ ମିଳିପାରେ; ମାତ୍ର ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପିକୁ ମଧ୍ୟ ୯୫ରୁ ୧୧୦ଟି ଆସନରେ ବିଜୟୀ ହୋଇପାରେ ।
ସେହିଭଳି ଅନ୍ୟ ଏକ ଚ୍ୟାନେଲ ମାର୍ଟିଜ ଦ୍ୱାରା କରଯାଇଥିବା ଏକ୍ସିଟ ପୋଲ ଅନୁଯାୟୀ ଏଥରକ ଟିଏମସିକୁ ୧୨୫ରୁ ୧୪୦ଟି ସିଟରେ ବିଜୟପ୍ରାପ୍ତି ହେବାକୁ ଥିବାବେଳେ ବିଜେପି ୧୪୬ରୁ ୧୬୧ ଏବଂ ଅନ୍ୟମାନେ ୬ରୁ ୧୦ଟି ଆସନରେ ବିଜୟୀ ହେବେ ବୋଲି ପୂର୍ବାନୁମାନ କରାଯାଇଛି ।
ସେହିପରି ‘ଚାଣକ୍ୟ’ର ପୂର୍ବାନୁମାନ ଅନୁସାରେ, ଟିଏମସିକୁ ୧୩୦ରୁ ୧୪୦ ଏବଂ ବିରୋଧୀ ବିଜେପିକୁ ୧୫୦ରୁ ୧୬୦ଟି ଆସନରେ ଓ ଅନ୍ୟମାନଙ୍କୁ ୬ରୁ ୧୦ଟି ଆସନରେ ବିଜୟ ମିଳିବାର ସମ୍ଭବନା ଦେଖାଉଛି ।
ପି-ମାର୍କ ଅନୁସାରେ ଟିଏମସି ୧୧୮-୧୩୮ଟି ଆସନରେ ବିଜୟୀ ହେବ ଯେଉଁଠିକି ବିଜେପି ୧୫୦-୧୭୫ଟି ଏବଂ ଅନ୍ୟମାନେ ୨-୬ଟି ଆସନରେ ବିଜୟୀ ହେବ ।
ପିପୁଲସ ପ୍ଲସ ଅନୁଯାୟୀ ଟିଏମସିକୁ ୧୧୭-୧୮୭ ଏବଂ ବିଜେପିକୁ ୯୫-୧୧୦ଟି ଆସନରେ ବିଜୟୀ ହେବ ।
ତେବେ ଫଳାଫଳ ଘୋଷଣା ପରେ ବଙ୍ଗରେ କିଏ ଧରିବ ଶାସନର ମଙ୍ଗ ତାହା ସୁନିଶ୍ଚିତ ହେବ ।