ଚନ୍ଦ୍ରଶେଖରପୁରରେ ଯୁବକଙ୍କୁ ଥାର ଚଢ଼ାଇ ହତ୍ୟା !
ଖୋର୍ଦ୍ଧା କାଇପଦର ଅଂଚଳରେ ଜଣେ ଯୁବକଙ୍କୁ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଥାର୍ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ତେବେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ମୃତକଙ୍କ ଭଉଣୀ ଥାନାରେ ଏତଲା ଦେଇଛନ୍ତି ।
ଏହି ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।
ଏକ ଲସି ଦୋକାନରେ ଗଣ୍ଡଗୋଳ ପରେ ପଛପଟୁ ଯୁବକଙ୍କ ଥାର ଚଢ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ ।
ପରିବାରର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି ।
ତେବେ ଏହି ଘଟଣାରେ ସାଙ୍ଗ ହିଁ ହତ୍ୟାକାରୀ ବୋଲି ମୃତକଙ୍କ ଭଉଣୀ ସଙ୍ଗୀନ ଅଭିଯୋଗ କରିଛନ୍ତି ।
ଏହି ମାମଲାକୁ ଆଧାର କରି ପୁଲିସ ଦୁର୍ଘଟଣା ଘଟାଇଥିବା ଥାର ଗାଡ଼ିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।