ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ଏବେ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି ।
ବିଶ୍ୱର ସବୁ ଦେଶ ଏଥିପାଇଁ ଚିନ୍ତିତ ଥିବାବେଳେ ଭାରତ ମଧ୍ୟ ପ୍ରଭାବିତ ହୋଇଛି ।
ଏଣୁ ଆଗକୁ ତୈଳ ସଙ୍କଟର ସାମ୍ନା କରିବା ପାଇଁ ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କମ ତୈଳ ବ୍ୟବହାର କରିବାକୁ ନିବେଦନ କରିଥିଲେ ।
ଆଜି ରାଜ୍ୟ ପରିବହନ ମନ୍ତ୍ରୀ ମଧ୍ୟ ସମାନ କଥା କହିଛନ୍ତି । ସେ ରାଜ୍ୟବାସୀଙ୍କୁ ଇଭି ବ୍ୟବହାର ପାଇଁ ଅପିଲ କରିଛନ୍ତି ।
ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଏବେ ରାଜ୍ୟବାସୀ ତେଲ ଗାଡ଼ି ପରିବର୍ତେ ଇଭି ବ୍ୟବହାର କରନ୍ତୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଇଭି ପାଇଁ ଦିଆଯାଉଥିବା ସବସିଡି ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ତୈଳ ସଙ୍କଟକୁ ଦେଖି ପିଏମଙ୍କ କାରକେଡ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତିକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି ।
ଏଥିସହ ଦେଶ ତଥା ରାଜ୍ୟବାସୀଙ୍କ ମଧ୍ୟରେ ଇଭି ଗାଡ଼ି ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି ନିମନ୍ତେ ସେ ନିଜେ ମଧ୍ୟ ଦାମୀ କାର୍ ଛାଡ଼ି ସରକାରୀ ବସରେ ଯିବା ଆସିବେ କରିବେ ବୋଲି ସେ କହିଛନ୍ତି ।