ନନ୍ଦିଗ୍ରାମ ଛାଡ଼ିଲେ ଶୁଭେନ୍ଦୁ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଏବଂ ଭବାନୀପୁର ଉଭୟ ଆସନରେ ବିଜୟୀ ହୋଇଥିଲେ, ଯାହା ପରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଛି ।
ସେ ନନ୍ଦିଗ୍ରାମ ଆସନ ଛାଡ଼ିଛନ୍ତି ଏବଂ ଭବାନୀପୁରର ବିଧାୟକ ରହିବେ । ସେ ବିଧାନସଭାରେ ଭବାନୀପୁରର ବିଧାୟକ ଭାବେ ଶପଥ ନେଇଛନ୍ତି । ଏହା ଉଲ୍ଲେଖନୀୟ ଯେ ସେ ଏହି ଆସନରେ ପଶ୍ଚିମବଙ୍ଗର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ ।
ଉଭୟ ଆସନ ଜିତିବା ପରେ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ୧୦ଦିନ ମଧ୍ୟରେ ଗୋଟିଏ ଆସନ ଖାଲି କରିବେ ।
ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ଟିଏମସିର ପବିତ୍ର କରଙ୍କୁ ପରାସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ଅଧିକାରୀ ୧୨୭,୩୦୧ଟି ଭୋଟ ପାଇଥିଲେ । ଯେତେବେଳେ ଟିଏମ୍ସି ପ୍ରାର୍ଥୀ ପବିତ୍ର କର ୧୧୭,୬୩୬ଟି ଭୋଟ ପାଇଥିଲେ ।
ତୃତୀୟ ସ୍ଥାନରେ ସିପିଆଇ ପ୍ରାର୍ଥୀ ଶାନ୍ତି ଗୋପାଳ ଗିରି ଥିଲେ । ଯିଏ କି ପ୍ରାୟ ୩ହଜାରଟି ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଶେଖ ଜାରିତୁଲ ହୁସେନ ପଂଚମ ସ୍ଥାନରେ ରହିଥିଲେ, ମାତ୍ର ୭୯୪ଟି ଭୋଟ ପାଇଥିଲେ ।