ଇସ୍କନର ମନମାନି, ବିଦେଶରେ ଅଦିନିଆ ରଥଯାତ୍ରା
ହୁ୍ୟଷ୍ଟନ ସହରରେ ଟାଣିଲେ ରଥ
ବିଦେଶୀ ଧାର୍ମିକ ଅନୁଷ୍ଠାନ ଇସ୍କନ ଏବେ ଆଉ ବୋଲ ମାନୁନି । ସେ ତା’ର ମନମାନିରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପୂୁଜାକରୁଛି । ଏହି ପରିପ୍ରେକ୍ଷୀରେ ଆମେରିକାର ହୁ୍ୟଷ୍ଟନ ସହରରେ ଇସ୍କନ ପକ୍ଷରୁ ଆୟୋଜିତ ହୋଇଛି ଅଦିନିଆ ରଥଯାତ୍ରା ।
ଏହାକୁ ନେଇ ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ କ୍ଷୁବ୍ଧ ହୋଇଛନ୍ତି ।
ଗତ ୧୧ ତାରିଖରେ ହୁ୍ୟଷ୍ଟନ ସହରରେ ଏହି ରଥଯାତ୍ରାର ଆୟୋଜନ ଇସ୍କନ କରିଥିଲା । ଏଥିରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦୁଇ ହାତରେ ପାପୁଲି ଲଗାଯାଇଥିଲା
ଯେତେବେଳେ କି ରଥ ଉପରେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ହାତରେ ପାପୁଲି ନଥାଏ । କେବଳ ସ୍ୱତନ୍ତ୍ର ବେଶବେଳେ ଏହାକୁ ଲଗାଯାଇଥାଏ ।
ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଭଳି କିମ୍ଭୁତ କିମାକାର କରିବାକୁ ନେଇ ଇସ୍କନ ଉପରେ ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ କ୍ଷୁବ୍ଧ ହୋଇଛନ୍ତି ।