ବୁଢ଼ାମ୍ବ ଗାଁରେ ଗଣ୍ଡଗୋଳ, ୨ ଗୁରୁତର
କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢ଼ାମ୍ବ ଗାଁର ହରିଜନ ସାହିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏଥିରେ ଉଭୟ ଗୋଷ୍ଠୀ ପ୍ରତିପକ୍ଷ ଉପରକୁ ଟେକାପଥର ଓ ବୋତଲ ମାଡ଼ କରିଥିଲେ ।
ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି ।
ଖବରପାଇ ବୁଢ଼ାମ୍ବ ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛି ।
ତେବେ ଗତ ବର୍ଷ ଦଶହରା ସମୟରେ ବୁଢ଼ାମ୍ବ ଗାଁରେ ହରିଜନ ସାହିରେ ଦୁର୍ଗାମେଢ଼କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ।
କ୍ରମେ ଏହା ଉଗ୍ର ରୂପ ଧାରଣ କରିଥିଲା । ଗତକାଲି ଗୋଟିଏ ଗୋଷ୍ଠୀ ପକ୍ଷରୁ ଅନ୍ୟ ଗୋଷ୍ଠୀକୁ କମେଂଟ ମରାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା ଓ ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା ।
ଏବେ ଗାଁରେ ପୁଲିସଫୋର୍ସ ମୁତୟନ ହେବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।