ସବୁ ସହରାଂଚଳ ପାଇଁ ପିଏନଜି ସଂଯୋଗ
ସବୁ ସହରାଂଚଳକୁ ପିଏନଜି ସଂଯୋଗ ଯୋଗାଇ ଦିଆଯିବ ।
ସହରାଂଚଳରେ ଆଗାମୀ ୩ ମାସ ମଧ୍ୟରେ ପିଏନଜି ସଂଯୋଗ ପାଇଁ କୁହାଯାଇଛି ।
ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ମଧ୍ୟ ପିଏନଜି ସୁବିଧା ପାଇବେ ।
ତେବେ ଗ୍ରାମାଂଚଳ ପାଇଁ ପୂର୍ବ ପରି ଏଲପିଜି ସିଲିଣ୍ଡର ଯୋଗାଣ ଜାରି ରହିବ ।
ଏଥିସହ ଗ୍ୟାସ କଳାବଜାରୀ ରୋକିବାକୁ ଇ-କେୱାଇସି ବ୍ୟବସ୍ଥା ଆପଣାଇବା ଉପରେ ଯୋଗାଣ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
କାରଣ ଏହି ଇ-କେୱାସି ସରିଗଲେ କେହି ଆଉ ଅନ୍ୟ କାହାର ନାଁରେ ଗ୍ୟାସ ନେଇପାରିବେ ନାହିଁ ।