ଗ୍ୟାରେଜରୁ ୧୬୦ ସିଲିଣ୍ଡର ଜବତ
ଉଭୟ ଘରୋଇ ଓ କର୍ମସିଆଲ ଗ୍ୟାସ ସିଲିଣ୍ଡର ରହିଛି
ଦେଶରେ ଗ୍ୟାସ ସଂକଟ ଲାଗିରହିଥିବାବେଳେ କେତେକ ଅସାଧୁ ବେପାରୀ ଅଧିକ ଲାଭ କମାଇବା ପାଇଁ ଗ୍ୟାସର କଳାବଜାରୀ କରୁଛନ୍ତି । ତେବେ ଏହି ଗ୍ୟାସ କଳାବଜାରୀକୁ ରୋକିବା ପାଇଁ ସରକାର ଦୃଢ଼ ଓ ତ୍ୱରିତ ପଦକ୍ଷେପ ନେଉଛନ୍ତି ।
ଏହି କ୍ରମରେ ଆଜି ରାଉରକେଲାର ଏକ ଗ୍ୟାଜେରରୁ ୧୬୦ଟି ସିଲିଣ୍ଡରକୁ ପୁଲିସ ଜବତ କରିଛି । ବେଆଇନ ଭାବେ ଗ୍ୟାସ ମହଜୁଦ ରଖି କଳାବଜାରି କରୁଥିବା ନେଇ ଖବର ପାଇ ସେକ୍ଟର-୯ ଅଂଚଳରେ ପୁଲିସ ଚଢ଼ଉ କରିଥିଲା ।
ଏହି ସମୟରେ ଏକ ଗ୍ୟାରେଜ ଘରୁ ୧୬୦ଟି ସିଲିଣ୍ଡରକୁ ପୁଲିସ ଜବତ କରିଛି ।
ଜବତ ସିଲିଣ୍ଡର ମଧ୍ୟରେ ଉଭୟ ୧୪.୨ ଘରୋଇ ଓ ୧୯ କେଜିର କର୍ମସିଆଲ ଗ୍ୟାସ ସିଲିଣ୍ଡର ରହିଛି ।
ତେବେ ପୁଲିସର ଆଗମନ ପୂର୍ବରୁ ଗ୍ୟାରେଜ ମାଲିକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।