ନିମାପଡ଼ା-ଗୋପ ବିଜେିଡି ଗୋଷ୍ଠୀ ସଂଘର୍ଷ
ବିଜେଡିରେ ଗୋଷ୍ଠୀ କନ୍ଦଳ କ୍ରମେ ଉଗ୍ରରୁ ଅତି ଉଗ୍ର ହେବାରେ ଲାଗିଛି । ବିଶେଷ କରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଛି କଠୋର ନିଷ୍ପତିକୁ କେତେକ ଦଳୀୟ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
କିଛି ବିଜେଡିର ପ୍ରତିଷ୍ଠାତା ତଥା ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦେଖାଇ ତାଙ୍କ ବିଜୁ ଲିଗାସିକୁ ଜାବୁଡ଼ି ଧରିଥିବାବେଳେ ଆଉ କେତେକ କର୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରତି ଆନୁଗତ୍ୟତା ଦେଖାଇ ଚାଲିଛନ୍ତି ।
ଏହାକୁ ନେଇ ଦଳରେ ଅସନ୍ତୋଷର ନିଆଁ କୁହୁଳୁଥିବାବେଳେ ଆଜି ନିମାପଡ଼ା-ଗୋପ ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ଓ ଠେଲାପେଲା ହୋଇଥିବା ଦେଖାଯାଇଛି ।
ବେଗୁନଅିା ଜାଗୁଳେଇ ପୀଠରେ ବୈଠକରେ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ଓ ଠେଲାପେଲା ହୋଇଥିଲା ।
ତେବେ ଗତ ବିଧାନସଭା ନିର୍ବାଚନ ସମୟରେ ଦିଲୀପ ରାୟ ଏଠାରୁ ପ୍ରାର୍ଥୀ ହୋଇଥିଲେ । ଦିଲୀପ ରାୟଙ୍କୁ ସେତେବେଳେ ସମର୍ଥନ କରିଥିବା ଜଣେ ନେତା ଏବେ ଜେଲରେ ରହିଛନ୍ତି । ଏବେ ସୁବ୍ରତ ଛାଟୋଇ ସାଂଗଠନିକ ସ୍ଥିତିକୁ ସୁଧାରିବା ପାଇଁ ବୈଠକ ଡାକିଥିଲେ ।
ମାତ୍ର ବୈଠକରେ ଦିଲୀପ ରାୟଙ୍କ ସମର୍ଥକ ସୁବ୍ରତ ଛାଟୋଇଙ୍କୁ ସେଠାରେ ଉପସ୍ଥିତ କେତେକ ବିଜେଡି ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରିନଥିଲେ ।
ଫଳରେ କଥା କଟାକଟି ସହ ଠେଲାପେଲା ହୋଇଥିଲା ।