ଯାଜପୁରରେ କମେଂଟ ମରାରୁ ଗୋଷ୍ଠୀ ସଂଘର୍ଷ
ବାଦିପାଲାରୁ ମହାପାଲା, ୧୦ ଆହତ
ମଙ୍ଗଳବାର ଯାଜପୁରରେ ସାମାନ୍ୟ କମେଂଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୧୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ମଙ୍ଗଳପୁର ଥାନା କସପା ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।
ତେବେ ଗତ ରାତିରେ ପାଲାରେ ହୋଇଥିବା କମେଂଟ ମରାକୁ ନେଇ ବିବାଦ ହୋଇଥିଲା । ଆଜି ଏହାର ଆପୋଷ ସମାଧାନ ପାଇଁ ବୈଠକର ବ୍ୟବସ୍ଥା କରାଯାଇଥିଲା ।
ଆଜି ସକାଳେ ଜଣେ ଆମ୍ବୁଲାନ୍ସ କର୍ମଚାରୀ କାମକୁ ଯାଉଥିବାବେଳେ ଗୋଟିଏ ଗୋଷ୍ଠୀର ଲୋକେ ତାଙ୍କୁ ଟେକି ନେଇ ମାଡ଼ ମାରିଥିଲେ । ଏହା ପ୍ରଚାର ହେବା ପରେ ପାର ଦୁଇ ସାହି ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷର ରୂପ ନେଇଥିଲା ।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଢ଼େଲାପଥର ମାଡ଼ ସହ ଠେଙ୍ଗାବାଡ଼ିରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି ।
ଖବରପାଇ ଘଟଣାସ୍ଥଳରେ ମଙ୍ଗଳପୁର ପୁଲିିସ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିବା ଜଣାପଡ଼ିଛି ।
ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନ୍ୟ ୨ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସ ।ଳୟକୁ ଚିକିତ୍ସା ପାଇଁ ପୁଲିସ ଭର୍ତି କରିଛି ।