ମହଙ୍ଗା ପଡ଼ିଲା ପାଇଲଟ ରେସକୁ୍ୟ ଅପରେସନ
୪୮ ଘଂଟାରେ ଆମେରିକାର ୨ ବିଲିୟନ ଡଲାର କ୍ଷତି
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମୁନି । କେତବେଳେ ଇରାନର ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି ଇସ୍ରାଏଲ ଓ ଆମେରିକା ତ ଆଉ କେତେବେଳେ ଇସ୍ରାଏଲ-ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଅଣନିଃଶ୍ୱାସୀ ହୋଇପଡ଼ୁଛି ଇରାନ ।
ଗତ ୨ ଦିନ ତଳେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଆମେରିକାର ଏକ ଏଫ-୧୫ ଇ ଯୁଦ୍ଧବିମାନ କ୍ଷତିଗ୍ରସ୍ତ ହୋଇଥିଲା ।
ଏଥିରେ ଥିବା ୨ ଜଣ ପାଇଲଟ ମଧ୍ୟରୁ ଜଣେ ତତକ୍ଷଣାତ ପାରାଚୁଟରେ ନିରାପଦ ଭାବେ ବାହାରକୁ ବାହାରି ଆସିଥିଲେ; ମାତ୍ର ଅନ୍ୟ ଜଣେ ପାଇଲଟ ଇରାନ ସୀମା ମଧ୍ୟରେ ରହିଯାଇଥିଲେ ।
ତାଙ୍କୁ ଖୋଜି ଠାବ କରି ଉଦ୍ଧାର କରିବା ପାଇଁ ଆମେରିକାକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି ।
୪୮ ଘଂଟାର ଏହି ଉଦ୍ଧାର ଅପରେସନ ପାଇଁ ଆମେରିକାକୁ ହରାଇବାକୁ ପଡ଼ିଛି ୨ ବିଲିୟନ ଡଲାର ବା ପ୍ରାୟ ୧୭ ହଜାର କୋଟି ଭାରତୀୟ ମୁଦ୍ରା ।
ତାଙ୍କୁ ଉଦ୍ଧାର କରିବା ପାଇଁ ପେଂଟାଗନ ପକ୍ଷରୁ ଏହି ଅର୍ଥ ଖର୍ଚ କରାଯାଇଛି ।
ଆମେରିକୀୟ ପାଇଲଟ ଇରାନର ପାହାଡ଼ ଘେରା ଅଂଚଳରେ ଖସିପଡ଼ି ନିଜର ନେଟୱାର୍କ ଯୋଗେ ପେଂଟାଗନ ସହିତ ଯୋଗାଯୋଗ ଜାରି ରଖିଥିଲେ ।
ତାଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ଏମସି-୧ ୩୦ର ବିମାନ ଯାହାର ମୂଲ୍ୟ ପ୍ରାୟ ୧୦୦ ମିଲିୟନ ଡଲାରକୁ ବ୍ୟବହାର କରାଯାଇଥିଲା ।
ଏହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୮ଶହ କୋଟି ଟଂକା ।
ଏଥିସହ ଏ-୧୦ ୱର୍ଥୋଗ ବିମାନ ଯାହାର ମୂଲ୍ୟ ପ୍ରାୟ ୧୫୬ କୋଟି ଟଂକା ।
ଏମ୍-କୁ୍ୟ ରିପର ଡ୍ରୋନ ଯାହାର ମୂଲ୍ୟ ପ୍ରାୟ ୩୦ରୁ ୩୫ ମିଲିୟନ ଡଲାର ଏହାକୁ ବ୍ୟବହାର କରାଯାଇଥିଲା ।
ଏହାର ଭାରତୀୟ ମୂଲ୍ୟ ୨୫୦ରୁ ୨୯୦ କୋଟି ଟଂକା ଥିଲା ।