ନେପାଳ ମହାପ୍ରଳୟ ପରେ ଚାଲି ପରିଚୟ ଖୋଜା
ଯେତେ ଖୋଳିଲେ, ସେତେ ମୃତଦେହ
ନେପାଳରେ ଆସିଥିବା ଭୟଙ୍କର ଫ୍ଲାସ ଫ୍ଲଡ୍ ବା କର୍ଦମ ବନ୍ୟାରେ ଇତିହାସ ପାଲଟିଯାଇଛି ଏକଦା ଜନବସତିରେ ଭରପୂର ଥିବା ଅନେକ ଅଂଚଳ ।
ପଛରେ ଛାଡ଼ି ଦେଇଯାଇଛି ବନ୍ୟା କାଦୁଅରେ ପୋତି ହୋଇ ରହିଥିବା ହଜାର ହଜାର ମୃତଦେହ, ଭଗ୍ନକୋଠାବାଡ଼ି, ଦବିଯାଇଥିବା ବଜାରହାଟ ଏବଂ ଆତ୍ମୀୟଙ୍କୁ ହରାଇଥିବାର ବୁକୁଫଟା ରୋଦନ ।
ଏବେ ନେପାଳରେ ଏହି ମହାପ୍ରଳୟ ପରେ ସେଠାରେ ବନ୍ୟା ପୀଡ଼ିତ ଅଂଚଳରେ କାଦୁଅ ଭିତରେ ଲୋକେ ଖୋଜୁଛନ୍ତି ନିଜର ଆତ୍ମୀୟସ୍ୱଜନଙ୍କୁ ।
ଉଦ୍ଧାକାରୀମାନେ ବାହାର କରୁଥିବା ମୃତଦେହର ପରିଚୟ ଖୋଜୁଛନ୍ତି । ଆସୁଛି ଗୋଟିଏ ପରେ ଗୋଟିଏ ଛାତିଥରା ଦୃଶ୍ୟ ।
ତେବେ ଏହି ମହାପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟରେ ମୃତକଙ୍କ ସଂଖ୍ୟା ହଜାରେ ପାର କରିସାରିଛି । ଏଥିରେ ପ୍ରାୟ ୪ ହଜାର ଲୋକଙ୍କ ଏବେ ମଧ୍ୟ ପତା ମିଳିପାରି ନାର୍ହି ।
ସେହିଭଳି ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରାୟ ୩ ଶହ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି ।
ସବୁଦିନ ପାଇଁ ହରାଇସାରିଥିବା ନିଜର ଆତ୍ମୀୟସ୍ୱଜନଙ୍କ ସନ୍ଧାନରେ ଲାଗିପଡ଼ିଛନ୍ତି ଲୋକେ ।
କିଏ ଉଦ୍ଧାରକାରୀ ଦଳଙ୍କୁ ଆତ୍ମୀୟସ୍ୱଜନଙ୍କ ଫଟୋ ଦେଖାଉଛି ତ ଆଉ କିଏ ଉଦ୍ଧାର ତାଲିକାରେ ନିଜ ଲୋକଙ୍କ ନାମକୁ ଖୋଜୁଛି ।








