ନେପାଳରେ ଭୟଙ୍କର ଜଳ ପ୍ରଳୟ
ଭୂତିକୋଶୀ ନଦୀର ହଠାତ କରାଳ ରୂପ
ପଡ଼ୋଶୀ ନେପାଳରେ ପ୍ରକୃତିର ତାଣ୍ଡବ ଆରମ୍ଭ ହୋଇଛି ।
ଭୂତିକୋଶୀ ନଦୀରେ ଭୟଙ୍କର ବନ୍ୟା ଆସିବାରୁ ଏହା ପାଶ୍ୱର୍ବର୍ତୀ ଅଂଚଳ ଛାରଖାର ହୋଇଯାଇଛି ।
ହଠାତ ତିବ୍ଦତରୁ ବିଶାଳ ଅତଡ଼ା ଖସିଆସିବାରୁ ନେପାଳରେ ଭୟଙ୍କର ଜଳ ପ୍ରଳୟ ଦେଖାଦେଇଛି ।
ଏଥିଯୋଗୁଁ ଭୂତିକୋଶୀ ନଦୀ ହଠାତ କରାଳ ରୂପ ଧାରଣ କରିଛି ।
ଫଳରେ ଏହାର ପାଶ୍ୱର୍ବର୍ତୀ ସହର ଜଳମଗ୍ନ ହେବା ସହ ଶତାଧିକ ଘରଦ୍ୱାରା ଭାସିଯାଇଛି ଏବଂ ଲକ୍ଷ ଲକ୍ଷ ଲୋକେ ବେସାହାରା ହୋଇଯାଇଛନ୍ତି ।
ତେଣେ ଭୂତିକୋଶୀ ନଦୀରେ ଏଭଳି ଭୟଙ୍କର ବନ୍ୟାର ପ୍ରଭାବ ବିହାର ଉପରେ ମଧ୍ୟ ପଡ଼ିବାର ଆଶଙ୍କା ଉପୁଜିଛି ।
ଏଥିଯୋଗୁଁ ବିହାର ଦେଇ ପ୍ରବାହିତ ଗଙ୍ଗା ନଦୀ ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ନେପାଳରେ ଏଭିଳ ଭୟଙ୍କର ଜଳ ପ୍ରଳୟକୁ ନେଇ ଭାରତ ସରକାର ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।








