ୟୁଏଇ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ
ନିବେଶ ପାଇଁ ଓଡ଼ିଶା ଆସନ୍ତୁ
ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଯାଇଛନ୍ତି । ସେଠାରେ ସେ ପ୍ରବାସୀ ଓଡ଼ିଆ ଓ ଶିଳ୍ପପତିଙ୍କ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱା ନେଇ କହିଛନ୍ତି ଯେ ନିବେଶ ପାଇଁ ଆପଣମାନେ ଓଡ଼ିଶା ଆସନ୍ତୁ ।
ବିଶେଷ କରି ଓଡ଼ିଶାର ଆଲୁମିନିୟମ ଶିଳ୍ପ, ପରିବେଶ ଓ ଡାଉନଷ୍ଟ୍ରିମ କ୍ଷେତ୍ରରେ ନିବେଶ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ଧାତୁ ଶିଳ୍ପ, ଦୁର୍ଲଭ ମୃତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟର ଭଣ୍ଡାର ରହିଛି । କୋଇଲାରୁ ରସାୟନ ଉତ୍ପାଦନ, ବନ୍ଦରଭିତିକ ଏସଇଜେଡ ଏବଂ ଶିଳ୍ପ ଭିତିଭୂମି କ୍ଷେତ୍ରରେ ନିବେଶ ସମ୍ଭାବନା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା କରିଛନ୍ତି ।
ଏହି କ୍ରମରେ ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃ୍ତ୍ୱରେ ଆୟୋଜିତ ଗୋଲଟେବୁଲ ବୈଠକରେ ଯୋଗ ଦେଇଛନ୍ତି ଅନେକ ପ୍ରବାସୀ ଶିଳ୍ପପତି ଓ ୟୁଏଇର ଉଦ୍ୟୋଗପତି । ସେମାନେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି । ଏଥିପାଇଁ ସେ ସେଠାରେ ଇଣ୍ଡିଆନ ବିଜନେଓ ପ୍ରଫେସନାଲ କାଉନସିଲ (ଆଇବିପିସି) ସହ ବୈଠକ ମଧ୍ୟ କରିଛନ୍ତି ।
ଏହି ବୈଠକରେ ଆଦାନୀ ଗ୍ରୁଓ ଓ ଆଇଏଚସି ଗ୍ରୁପ ମଧ୍ୟରେ ବାଣିଜି୍ୟକ ବୁଝାମଣା ମଧ୍ୟ ସ୍ୱାକ୍ଷରିତ ହୋଇଛି । ୟୁଏଇର ଉଦ୍ୟୋପତିମାନେ ଓଡ଼ିଶାରେ ୧୪ଟି ପ୍ରକଳ୍ପରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଫଳରେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୨.୧୦୫ ଟି୍ରଲିୟନ ନିବେଶ ହେବାର ଆଶା କରାଯାଉଛି ।








