‘ଓସେନ ୱିନର’ ବୁଡ଼ି ଘଟଣା
ଲାଇଫ୍ ବୋଟ ସମେତ ବିକନ ଉଦ୍ଧାର
ପାରାଦ୍ୱୀପରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ପାନାମା ପତାକାଧାରୀ ପଣ୍ୟବାହୀ ଜାହାଜ ‘ଓସେନ ୱିନର’ବୁଡ଼ି ଘଟଣାରେ ଏଯାବତ ନିଖୋଜ ୨୨ ଜଣଙ୍କ କୌଣସି ପତା ମିଳିପାରି ନାହିଁ ।
ଏହି ଘଟଣାରେ ନିଖୋଜ ‘ଏମଭି ଓସେନ ୱିନର’ର ଲାଇଫ ବୋଟକୁ ଉଦ୍ଧାର କରାଯାଇଛି ।
ଏହାକୁ ଭାରତୀୟ ତଟ୍ଟରକ୍ଷୀ ବାହିନୀର ଜାହାଜ ବାରଡ ଠାବ କରିଛି ।
ହେଲେ ଉକ୍ତ ଲାଇଫ ବୋଟରୁ ଜଣେ ବି ଜୀବିିତ ବ୍ୟକ୍ତି ନଥିବା ତଟ୍ଟରକ୍ଷୀ ବାହିନୀ ସୂଚନା ଦେଇଛି ।
ଏଥିସହ ଗଭୀର ସମୁଦ୍ରରୁ ଜରୁରୀକାଳୀନ ବିକନ ଉଦ୍ଧାର ହୋଇଛି ।
ଏବେ ବି ବୁଡ଼ିଯାଇଥିବା ଜାହାଜ ‘ଓସେନ ୱିନର’ର ୨୨ ଜଣ ନିଖୋଜ କ୍ରୁ ସଦସ୍ୟଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି ।
ସର୍ଚ୍ଚ ଅପରେସନରେ ଭାରତର ଅତ୍ୟାଧୁନିକ ‘ବିଶ୍ୱସ୍ତ’ ସମେତ ୨ଟି ଚୀନ ଜାହାଜ ମଧ୍ୟ ସାମିଲ ହୋଇଛନ୍ତି ।








