ଅମାନିଆ ଇସ୍କନର ପୁଣି ଅଦିନିଆ ରଥଯାତ୍ରା !
ପାଶ୍ଚାତ୍ୟ ଦେଶର କିଛି ଉଦ୍ଭ୍ରାନ୍ତ ଜଗନ୍ନାଥପ୍ରେମୀଙ୍କ ଦ୍ୱାରା ସ୍ଥାପିତ ‘ଇସ୍କନ’ ତା’ର ମନମାନି କରିଚାଲିଛି ।
ଶାସ୍ତ୍ରସମ୍ମତ ଏବଂ ମୁକ୍ତିମଣ୍ଡପ ସ୍ୱୀକୃତ ବିଚାରଧାରା, ନୀତିକାନ୍ତିକୁ ସେ ମାନିବାକୁ ରାଜି ନୁହେଁ ।
ପୁଣି ଅମାନିଆ ଇସ୍କନ ଅଦିନିଆ ରଥଯାତ୍ରା କରିଛି । ଆମେରିକାର ୪ଟି ସହରରେ ପୁଣି ଟଣାଯାଇଛି ରଥ ।
ଏଥିରେ ସହସ୍ରାଧିକ ଇସ୍କନ ଅନୁଗାମୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥରେ ବସାଇ ଟାଣିଛନ୍ତି ।
ଆମେରିକାର ସାନ ଫ୍ରାନ୍ସିସକୋରୁ ଓସ୍ଲୋ, ଲିପଜିଗରୁ ବର୍ଲିଂଟନରେ ଏଭଳି ଅଦିନିଆ ରଥଯାତ୍ରା କରାଯାଇଥିବା ନେଇ ସୂଚନା ମିଳିଛି ।
ବିଶ୍ୱର କୋଟି କୋଟି ଓଡ଼ିଆଙ୍କ ବିରୋଧକୁ ଭ୍ରୁକ୍ଷେପ ନ କରି ଇସ୍କନ ଅନୁଗାମୀମାନେ ଏଭଳି ଅଦିନିଆ ରଥଯାତ୍ରା କରିଛନ୍ତି ।
ତେବେ ଇସ୍କନର ଏଭିଳ ଅଦିନିଆ ରଥଯାତ୍ରା ଓ ରଥଟଣାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ, ମୁକ୍ତିମଣ୍ଡପ ଓ ଗଜପତି ମହାରାଜ ଘୋର ବିରୋଧ କରିଛନ୍ତି ।








