ରାଜଧାନୀରେ ୟୁପି ପୁଲିସର ରେଡ୍
ରାଜଧାନୀ ଭୁବନେଶ୍ୱରରେ ପହଂଚିଛି ୟୁପି ପୁଲିସ ।
କିଛି ମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡ଼ି ଧରାପଡ଼ିଥିଲା ।
ଉକ୍ତ ଗାଡ଼ିଟି କିଛି ବେଆଇନ କାମରେ ଲିପ୍ତ ଥିବା ଜଣାପଡ଼ିଥିଲା ।
ଉକ୍ତ ଗାଡ଼ିର ଡ୍ରାଇଭରକୁ ଗିରଫ କରିବା ପରେ ତା’ର ମାଲିକ ଓଡ଼ିଶାରେ ରହୁଥିବା ଜଣାପଡ଼ିଥିଲା ।
ଉକ୍ତ ତଥ୍ୟକୁ ଭିତି କରି ଧଉଳି ଥାନା ଉତରା ଛକରେ ଉତରପ୍ରଦେଶ ପୁଲିସ ପହଂଚି ରେଡ୍ କରିଛି ।
ଗାଡ଼ି ମାଲିକଙ୍କୁ ଖୋଜିବା ପାଇଁ ଧଉଳିରେ ୟୁପି ପୁଲିସ ରେଡ୍ କରିଛି ।








