ନଦୀ ମଝିରୁ ୧୨ ମତ୍ସ୍ୟଜୀବୀ ଉଦ୍ଧାର
ମାଛ ଧରିବାକୁ ଯାଇ ମଝି ନଦୀରେ ଫସିଯାଇଥିବା ୧୨ ମତ୍ସ୍ୟଜୀବୀଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି ।
ନୟାଗଡ଼ ଗଣିଆ ନିକଟ ସିଧମାଳା ନିକଟରେ ମାଛ ମାରିବାକୁ ଯାଇ ଏହି ୧୨ ମତ୍ସ୍ୟଜୀବୀ ଫସି ରହିଥିଲେ ।
ସେମାନେ ମାଛ ମାରୁଥିବାବେଳେ ମହାନଦୀରେ ହଠାତ ପାଣି ଆସିବାରୁ ଫସିଯାଇଥିଲେ ।
ଖବରପାଇ ଓଡ୍ରାଫ ଓ ଅଗ୍ନିଶମବାହିନୀର କର୍ମଚାରୀ ନଦୀରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।








