ସୁଟକେସ ମର୍ଡର ମିଷ୍ଟ୍ରି : ନୂଆ ଖୁଲାସା
ଏକ ସୁଟକେସ୍ରୁ ମୃତଦେହ ଜବତ ଘଟଣା ଉପରୁ ପରଦ ଉଠାଇଛି ପୁଲିସ ।
ଟଙ୍କା ପାଇଁ ମହିଳା ହୟଥୁନଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।
ମୃତ ମହିଳା ଜଗତସିଂହପୁରର ହୟାଥୁନ ନିଶା ବୋଲି ପୁଲିସ ଜାଣିପାରିଛି ।
ହୟାଥୁନ ଚେନ୍ନାଇରେ ରହି ଏକ କମ୍ପାନୀରେ କାମ କରୁଥିଲେ ।
ତେବେ ତାଙ୍କୁ ଏକ ଦମ୍ପତି ହତ୍ୟା କରିଥିବା ତଦନ୍ତରୁ ଜଣାଯାଇଛି ।
କାରଣ ହତ୍ୟାକାରୀ ଦମ୍ପତି ଓ ହୟାଥୁନ ଗୋଟିଏ କମ୍ପାନୀରେ କାମ କରୁଥିଲେ ବୋଲି ମୃତ ହୟାଥୁନଙ୍କ ଶାଶୂ ଏହି ବୟାନ ଦେଇଛନ୍ତି ।
କିଛିଦିନ ଧରି ହୟାଥୁନଙ୍କ ସହ ତାଙ୍କ ଶାଶୂ ରହୁଥିଲେ ।
ଏଣୁ ବୋହୂ ହୟାଥୁନଙ୍କ ହତ୍ୟାକାରୀ ଦମ୍ପତିଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।








