‘ଓସେନ ୱିନର’ର ୨ କ୍ରୁ-ସଦସ୍ୟଙ୍କ ଅଣାଗଲା ପାରାଦ୍ୱୀପ
ପାରାଦ୍ୱୀପରେ ବୁଡ଼ି ଯାଇଥିବା ପାନାମା ପତାକାବାହୀ ଜାହାଜ ଓସେନ ୱିନରରୁ ୨ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ଦୁଇ ଚାଇନିଜ କ୍ରୁ ମେମ୍ବରଙ୍କୁ ପାରାଦ୍ୱୀପ ଆଣିଲା କୋଷ୍ଟଗାର୍ଡ ।
ପ୍ରଥମେ ସେମାନଙ୍କୁ ବିଶାଖାପାଟା ନିଆଯାଇ ପରେ ପାରାଦ୍ୱୀପ ଆଣି ପଚରାଉଚରା କରଯାଇଥିଲା ।
ଏହି ଜାହାଜଟି ପାରାଦ୍ୱୀପ ଠାରୁ ପ୍ରାୟ ୨୩୦ ନଟିକାଲ ମାଇଲ ବା ୩୬୦ କି.ମି. ଦୂରରେ ମଝି ସମୁଦ୍ରରେ ବୁଡ଼ି ଯାଇଥିଲା ।
ପରେ ଏହି ୨ ଚାଇନିଜ କ୍ରୁ ମେମ୍ବରଙ୍କୁ କୋଲକତା ଦେଇ ଚାଇନା ପଠାଯିବ ବୋଲି ସୂଚନା ମିିଳିଛି ।
ସୂଚନାଥାଉ କି, ‘ଓସେନ ୱିନର’ ପାରାଦ୍ୱୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାତ୍ରା କରୁଥିଲା ।
ପାରାଦ୍ୱୀପ ଠାରୁ ୨୪୦ କି.ମି. ଦୂରରେ ହଠାତ ଏହାର ଯୋଗାଯୋଗ ବନ୍ଦର ସହିତ ଛିନ୍ନ ହୋଇଯାଇଥିଲ । ପରେ ଏହି ଜାହାଜ ବୁଡ଼ି ଯାଇଥିବା ଜଣାପଡ଼ିଥିଲା ।
ଏହାର ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୨ଟି ଚୀନ ଜାହାଜ ଲାଗଛନ୍ତି ।
ଏଥିରେ ବାଂଲାଦେଶ ଓ ମିଅାଁମାରର ନାଗରିକ ସବାର ଥିଲେ । ଏହି ଜାହାଜର ଲାଇଫବୋଟ ମିଳିଥିବାବେଳେ ଅନ୍ୟ ୨୨ ଜଣ କ୍ରୁ ସଦସ୍ୟଙ୍କ ପତା ମିଳିପାରି ନାହିଁ ।








