ସେପ୍ଟେମ୍ବର ୭କୁ ଘୁଂଚିଲା ଡିଜିପିି ନିଯୁକ୍ତି ଶୁଣାଣି
ଓଡ଼ିଶା ପୁଲିସର ଡିଜିପି ନିଯୁକ୍ତି ନେଇ ଚାଲିଥିବା ଅଚଳାବସ୍ଥା ଜାରି ରହିଛି । ଯଦିଓ ବିନୟ ପରିତୋଷ ବର୍ତମାନ କାମଚଳା ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି ତଥାପିି ଜଣେ ସ୍ଥାୟୀ ଡିଜିପି ନିଯୁକ୍ତି ହେବାକୁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି ।
କାରଣ ମାମଲାଟି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଏହାର ପରବର୍ତୀ ଶୁଣାଣିର ତାରିଖ ଆସନ୍ତା ୭ ତାରିଖକୁ ମାନବ୍ୟର ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି ।
ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୟୁପିଏସସି କୌଣସି ନିଷ୍ପତି ନେଇପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକକୋର୍ଟ ନିର୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ବେଶୀଦିନ ଚାଲିବନି ସେ ନେଇ ନିୟମ ମଧ୍ୟ ରହିଛି ।
ଏଥିସହ ଆଡହକ ବ୍ୟବସ୍ଥାରେ ବେଶୀଦିନ କାମ ଚଳାଯିବନି ବୋଲି ମଧ୍ୟ ନିୟମ ରହିଛି ବୋଲି ସୁପ୍ରିମକୋର୍ଟ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।
ଏଥିସହ ଏହି ମାମଲାରେ ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଥିବା ସେ କହିଛନ୍ତି ।








