ବିକ୍ରମ ପଣ୍ଡାଙ୍କୁ ତେଜିଲା ରାଜନୀତି
ଗଞ୍ଜାମ ଏସପି କ୍ଷମା ମାଗନ୍ତୁ : ବିଜେଡି
ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ଅଦାଲତ ଜାମିନ ପ୍ରଦାନ କରିଛନ୍ତି ।
ଫଳରେ ତାଙ୍କ ଗିରଫଦାରୀକୁ ନେଇ ରାଜ୍ୟରେ ରାଜନୀତି ତେଜିଛି ।
ଏହି ମାମଲାରେ ଗଞ୍ଜାମ ଏସପି କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଦାବି କରିଛି ।
ତେବେ ଏହି ମାମଲାରେ ବିଜେଡ଼ିର ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେପି ।
ବିକ୍ରମଙ୍କୁ ଜାମିନ ମିଳିବା ଅର୍ଥ ସେ ମାମଲାରୁ ଦୋଷମୁକ୍ତ ହୋଇନାହାନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଏଣୁ ବିକ୍ରମଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ଶୋଭାଯାତ୍ରାରେ ନିଆଯିବା ଅତ୍ୟନ୍ତ ଲ୍ଜ୍ଜାଜନକ ବୋଲି ସେ କହିଛନ୍ତି ।
ତେବେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କୁ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି ।








