ସରକାରୀ ଖଜଣାରୁ ସାଢ଼େ ୩ କୋଟି ଚଳୁ
ସମ୍ବଲପୁର ଅବକାରୀ ବିଭାଗରେ ମହାଦୁର୍ନୀତି ସାମ୍ନାକୁ ଆସିଛି ।
ଏଠାରେ ଥିବା ସରକାରୀ ଖଜଣାରୁ ପ୍ରାୟ ସାଢ଼େ ୩ କୋଟି ଟଂକା ଚଳୁ କରାଯାଇଥିବା ଜଣାପଡ଼ିଛି ।
ଯାଂଚବେଳେ ସରକାରୀ ତହବିଲରୁ ୩ କୋଟି ୬୭ ଲକ୍ଷ ଟଂକା ହେରଫେର କରାଯାଇଥିବା ସୂଚନା ମିଳିଛି ।
ଏହି ଘଟଣାରେ ସମ୍ପୃକ୍ତ ଜଣେ ଅବସରପ୍ରାପ୍ତ ଏଏସ୍ଆଇ ଓ ଜଣେ କିରାଣିଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଆକାଉଂଟରେ ୪୪ ଲକ୍ଷ ଟଙ୍କା ଜମା ହୋଇଥିବା ପୁଲିସ ଜାଣିପାରିଛି ।