କଡ଼ା ସୁରକ୍ଷାରେ ଚୌଦ୍ୱାର ଜେଲକୁ ଫେରିଲା ପଳାତକ ରାଜା ସାହାଣୀ
ହୃଷିକେଶରୁ କାବୁ କଲା ପୁଲିସ
ହୃଷିକେଶରୁ ଧରାପଡ଼ିଛି ଚମ୍ପଟ ଅପରାଧୀ ରାଜା ସାହାଣୀ । ସେ ଗତ କିଛି ଦିନ ତଳେ ଚୌଦ୍ୱାର ଜେଲରୁ ଖସି ପଳାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଓଡ଼ିଶା ପୁଲିସ ଉତରାଖଣ୍ଡର ଋଷିକେଶ ଯାଇ ସେଠାରେ ଲୁଚିଥିବା ରାଜା ସାହାଣୀକୁ ଗିରଫ କରିଥିଲା ।
ପରେ ତାକୁ କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଅଣାଯାଇ ଚୌଦ୍ୱାର ଜେଲରେ ରଖାଯାଇଛି । ତାକୁ ରିମାଣ୍ଡରେ ପଚରାଉଚରା କରିବା ପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି ।
ଆଜି ଆହୂତ ଏକ ପ୍ରେସ ମିଟ୍ରେ କମିଶନରେଟ ପୁଲିସ ପକ୍ଷରୁ ସିିପି ଏହା ସ୍ପଷ୍ଟ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ରାଜା ସାହାଣୀ ଓରଫ ଶୁଭମକୁ ଓଡ଼ିଶା ପୁଲିସ ଋଷିକେଶରୁ ଗିରଫ କରିଛି ।
ଏକ ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଜାକୁ ଯାଜପୁର ପୁଲିସ ଯାଜପୁର ଜେଲରେ ରଖିଥିଲା; କିନ୍ତୁ ପରେ ସୁରକ୍ଷା ଦୃଷ୍ଟିରୁ ରାଜାକୁ ହାଇ ସିକୁ୍ୟରିଟି ଚୌଦ୍ୱାର ଜେଲକୁ ଅଣାଯାଇଥିଲା ।
ରାଜାର ଆନ୍ତଃରାଜ୍ୟ ଗ୍ୟାଙ୍ଗ ଥିଲା । ସେ ଯାଜପୁରରେ ଏକ ଡକାୟତି ଓ ମର୍ଡର କେସରେ ସମ୍ପୃକ୍ତ ଥିଲେ । ରାଜାକୁ ବିଭିନ୍ନ ରାଜ୍ୟର ପୁଲିସ ଖୋଜୁଥିଲା ।
ରାଜା ସାହାଣୀର ଗ୍ୟାଙ୍ଗରେ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ସହଯୋଗୀ ଅଛନ୍ତି । ରାଜା ନାଁରେ ପ୍ରାୟ ୨୧ଟି ସଂଗୀନ ମାମଲା ରହିଥିବାବେଳେ ଦିଲୀ, କର୍ଣ୍ଣାଟକା, ମହୀଶୂର ଆଦିରେ ମଧ୍ୟ ରାଜା ଓ ତା’ର ଅନ୍ତଃରାଜ୍ୟ ସହଯୋଗୀ ଏକାଧିକ ଜଘନ୍ୟ ଅପରାଧ କରିଥିବା ଜଣାପଡ଼ିଛି ।