ପେଟ୍ରୋଲ ପମ୍ପରେ ମିଳିବ ୫କେଜି ଏଲପିଜି ଗ୍ୟାସ
ରାଜ୍ୟର ପେଟ୍ରୋଲ ପମ୍ପରେ ୫କେଜି ଏଲପିଜି ଗ୍ୟାସ ମିଳିବ ।
ଏ ନେଇ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ ୫କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ ।
କେନ୍ଦ୍ର ସରକାରଙ୍କ ଫ୍ରି ଟେଡ ଏଲ୍ପିଜି ସ୍କିମରେ ଉପଲବ୍ଧ ହେବ । ଦେଶର ୩ ଗ୍ୟାସ କମ୍ପାନୀ ଏହା ଉପଲବ୍ଧ କରାଇବେ । କେବଳ ପରିଚୟ ପତ୍ର ଦେଖାଇ ୫କେଜିର ଗ୍ୟାସ ନେଇପାରିବେ ।
୫କେଜି ଟାଙ୍କି ସହ ୧୫୩୬ଟଙ୍କା, କେବଳ ରିଫିଲିଂ ପାଇଁ ୫୯୩ଟଙ୍କା ପଡ଼ିବ । କେବଳ କମ୍ପାନୀ ପ୍ରଦତ ସିଲିଣ୍ଡରରେ ରିଫିଲିଂ ହେବ ।
ଅନ୍ୟ ସିଲିଣ୍ଡର ହେବ ନାହିଁ ।
ଏହା ଚଡ଼ା ଚାଷୀଙ୍କଠାରୁ ଧାନକିଣାରେ ରେକର୍ଡ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଚଳିତବର୍ଷ ୭୭ଲକ୍ଷ ୭୯ହଜାର ମେଟ୍ରିକ ଟନ ଧାନ କିଣାଯାଇଛି ।
ମୋଟ ଉପରେ ୧୮ଲକ୍ଷ ଚାଷୀ ଧାନ ବିକ୍ରି କଲେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏଥିପାଇଁ ୧୭ଲକ୍ଷ ୮୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଇନପୁଟ ସବସିଡି ବାବଦକୁ ୬ହଜାର ୨୨୩କୋଟି ଦିଆଯାଇଛି । ମୋଟ ଉପରେ ୨୪ହଜାର ୧୧୪କୋଟି ଟଙ୍କା ଦିଆଯାଇଛି । ଗତକାଲି ରାତ୍ରି ୧୨ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯାଇଛି ।
ଜଣେ ବି ଚାଷୀ ବଳକା ନାହାନ୍ତି, ଯାହାଦ୍ୱାରା ଚାଷୀମାନେ ବହୁ ଖୁସି ବୋଲି ମନ୍ତ୍ରୀ ସୂଚାଇଛନ୍ତି ।