କେରଳ ଛୁଇଁଲା ମୌସୁମୀ
କେରଳରେ ମୌସୁମୀ ଆଜି ପ୍ରବେଶ କରିଛି ।
ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ଯେ ମୌସୁମୀ ଭାରତରେ ପ୍ରବେଶ କରିସାରିଛି, ଯାହାକି ଆଜି ପ୍ରଥମେ କେରଳରେ ପହଂଚିଛି । ଆଗାମୀ ତିନିରୁ ଚାରିଦିନ ମଧ୍ୟରେ ମୌସୁମୀ କର୍ଣ୍ଣାଟକ ଉପକୂଳ ଦେଇ ଗୋଆ ଆଡକୁ ଅଗ୍ରସର ହେବ । ତେବେ ପରିସ୍ଥିତି ଅନୁକୂଳ ରହିଛି ।
ପାଣିପାଗ ବିଭାଗର ବକ୍ତବ୍ୟ ଅନୁଯାୟୀ ଗତକାଲି ରାତିରୁ ରେକଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଦେଶର ଅନ୍ୟାନ୍ୟ ଅଂଶ କେବେ ଗରମରୁ ମୁକ୍ତି ପାଇବେ ତାହା ଉପରେ ନଜର ରଖାଯାଇଛି । ସମ୍ଭବତଃ ଆଗାମୀ ଦୁଇ ଚାରି ଦିନ ମଧ୍ୟରେ ଉତରପ୍ରବେଶ, ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଗରମରୁ ମୁକ୍ତି ମିଳିବା ସମ୍ଭବ ହେବ ।
ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତି ସମ୍ପର୍କରେ ପାଣିପାଗ ବିଭାଗ କହିଛି ଯେ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ମୌସୁମୀ କର୍ଣ୍ଣାଟକ ଉପକୂଳ ଦେଇ ଗୋଆର ଅକ୍ଷାଂଶକୁ ଅଗ୍ରସର ହେବ । ବର୍ତମାନ, ମୌସୁମୀର ଅଗ୍ରଗତି ପାଇଁ ପାଗ ଅନୁକୂଳ ଦେଖାଯାଉଛି । ସମ୍ଭବତଃ ଜୁନ ୧୦ ତାରିଖ ପରେ ମୌସୁମୀର ଅଗ୍ରଗତି ମନ୍ଥର ହେବାର ସମ୍ଭାବନା ରହିଛି ।
ସେହିପରି ଗୁରୁବାର ପାଣିପାଗ ବିଭାଗ ପକ୍ଷରୁ ତିନିଟି ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ଏହି ସତର୍କତା ଆଲପୁଝା, କୋଟ୍ଟାୟମ ଏବଂ ଏର୍ଣ୍ଣାକୁଲମ ଜିଲା ପାଇଁ ରହିଛି ।