ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା ।
ଓଡ଼ିଶା ସାହିତ୍ୟ ଜଗତରେ ଜଣେ ନାମୀଦାମୀ ବ୍ୟକ୍ତିତ୍ୱ ଥିଲେ । ଜଗନ୍ନାଥ ପ୍ରସାଦ ଦାସ ଭାରତୀୟ ପ୍ରଶାସନିକ ସେବା ଭଳି ଚାକିରି ଛାଡ଼ି ସେ ସାରସ୍ୱତ ସାଧନା କରିଥିଲେ । ସେ ଏକାଧାରରେ ଜଣେ କବି, ନାଟ୍ୟକାର, କଥାକାର, ଔପନ୍ୟାସିକ ଓ ଚିତ୍ରଶିଳ୍ପୀ ଥିଲେ ।
ତାଙ୍କର ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ଖ୍ୟାତି ଅର୍ଜନ କରିଛନ୍ତି ।
୧୯୩୬ ମସିହାରେ ପୁରୀ ଜିଲାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଦାସ ସାହିତ୍ୟ ସାଧନା ପାଇଁ ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମଧ୍ୟ ପାଇଛନ୍ତି । ‘ଆହ୍ନିକ’ କବିତା ସଂକଳନ ପାଇଁ ୧୯୯୦ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଖଃ ପ୍ରକାଶ କରିଛନ୍ତି ।