ଚାଲିଗଲେ ଚଳଚ୍ଚିତ୍ର ନିର୍ମାତା ପହଲାଜ ନିହଲାନି
ଚଳଚ୍ଚିତ୍ର ନିର୍ମାତା ତଥା ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫସି)ର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହଲାନିଙ୍କର ଗୁରୁବାର ୭୬ବର୍ଷ ବୟସରଙ୍କ ପରଲୋକ ହୋଇଯାଇଛି ।
ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ, ନିହଲାନି ଅନେକ ସଫଳ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ଚଳଚ୍ଚିତ୍ର ନିର୍ମାତା ଡେଭିଡ ଧୱାନ ଓ ଅଭିନେତା ଗୋବିନ୍ଦାଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ପାଇଁ ଜଣାଶୁଣା ଥିଲେ । ତାଙ୍କ କ୍ୟାରିୟର ମଧ୍ୟରେ ସେ ଇଲଜାମ, ଶୋଲା ଔର ଶବନମ, ଆଖେଁ ଓ ଅନ୍ଦାଜ ଭଳି ଉଲ୍ଲେଖନୀୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ଦିନକ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ନିହଲାନି ୧୯୮୦ ଦଶକ ପ୍ରାରଙ୍ଗରେ ହାଥକଡି (୧୯୮୨) ଓ ତାପରେ ଆନ୍ଧୀ ତୁଫାନ (୧୯୮୫) ସହିତ ଚଳଚ୍ଚିତ୍ର ପ୍ରଡକ୍ସନରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।
ସେ ଗୁନାହୋଁ କା ଫୈସଲା, ମିଟ୍ଟି ଔର ସୋନା, ଶୋଲା ଔର ଶବନମ ଓ ଆଖେଁ ସମେତ ବ୍ୟବସାୟିକ ଭାବେ ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ର ନିର୍ମାଣ ବ୍ୟତତ ନିହଲାନି ସିବିଏଫସିର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଯାହା ତାଙ୍କୁ ଭାରତରେ ଚଳଚ୍ଚିତ୍ର ପ୍ରମାଣପତ୍ର ଓ ସେନ୍ସରସିପକୁ ନେଇ ଅନେକେ ବିତର୍କର କେନ୍ଦ୍ରବିନ୍ଦୁ କରିଥିଲା ।
ତାଙ୍କର ଶେଷ ପ୍ରଡକ୍ସନ ଉଦ୍ୟମ ଥିଲା ଜୁଲି-୨, ଯାହାକି ୨୦୧୭ରେ ମୁକ୍ତିଲାଭ କରିଥିଲା । ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।