ଏବେ ଆଗକୁ କାଗଜ ବଦଳରେ ପ୍ଲାଷ୍ଟିକ ନୋଟ : ଆରବିଆଇ
ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ ଅଣାଯିବ
ଯୁଗ ବଦଳୁଛି ଆମକୁ ମଧ୍ୟ ବଦଳିବାକୁ ପଡ଼ିବ ।
ଆମେ ବ୍ୟବହାର କରୁଥିବା କାଗଜ ନୋଟଗୁଡ଼ିକ ଅଧିକାଂଶ ସମୟରେ ଝାଳ ହାତ ହେଉ ବା ଅନ୍ୟ କିଛି କାରଣରୁ ମସିଆ ହେବା ସହ ଚିରି ଯାଇଥାଏ ।
ଫଳରେ ଆମକୁ ବାରମ୍ବାର ବ୍ୟାଙ୍କ ଯାଇ ସେହି ଫଟା ନୋଟକୁ ବଦଳାଇବାକୁ ପଡ଼ିଥାଏ ।
ଏଣୁ ଏହା ବିକଳ୍ପ ଚିନ୍ତା କରିଛି ଆରବିଆଇ ।
ଆଗକୁ କାଗଜ ନୋଟ ବଦଳରେ ପ୍ଲାଷ୍ଟିକ ନୋଟ ବ୍ୟାଙ୍କଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆରବିଆଇ ଗଭର୍ଣ୍ଣର କରିଛନ୍ତି ।
ଏ ସଂକ୍ରାନ୍ତରେ ୧୦ ବର୍ଷ ତଳେ ଆରବିଆଇ ଦେଇଥିବା ପ୍ରସ୍ତାବ ଏବେ ପ୍ରାଥମିକ ପ୍ରର୍ଯ୍ୟାୟରେ ଅଛି ।
ପୁନଶ୍ଚ କାଗଜ ନୋଟ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି ନିଷ୍ପତି ଆରବିଆଇ ନେଇଛି ।
ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ ଅଣାଯିବ । ପରୀକ୍ଷାମୂଳକ ଭାବେ କିଛି ବଛାବଛା ସହରରେ ପ୍ରଥମେ ପ୍ରଚଳନ କରାଯିବ ।
ଏହି ପରୀକ୍ଷା ସଫଳ ହେଲେ ପୂରା ଦେଶରେ ଏହି ପ୍ଲାଷ୍ଟିକ ନୋଟ ପ୍ରଚଳନ କରାଯିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।