ଜିଲାପାଳଙ୍କ କାର୍ଯ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର
କୌଣସି ଅନ୍ୟ ରାଜ୍ୟର ଖବର ନୁହେଁ, ଖୋଦ କେନ୍ଦ୍ରାପଡ଼ାରେ ଏକ ଅଭବନୀୟ ଘଟଣାକୁ ନେଇ ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।
ଜଣାପଡ଼ିଛି ଯେ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକ ଝୁଲିପଡ଼ି ଜୀବନ ହରାଇଛନ୍ତି । ଯୁବକଜଣକ ବେକରେ ଗାମୁଛା ଲଗାଇ ଜୀବନ ହରାଇଥିବା ଜଣାପଡ଼ିଛି ।
ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ତେବେ ଜିଲାପାଳରଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଚଢ଼ିବା ପାଇଁ ଥିବା ପାହାଚର ଷ୍ଟିଲ ରେଲିଂରୁ ଯୁବକଙ୍କ ମୃତଦେହଟିକୁ ପୁଲିସ ଉଦ୍ଧାର କରିଛି ।
ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ତେବେ ମୃତକଜଣଙ୍କ ନାମ କ’ଣ ଏବଂ ସେ କାହିଁକି ଏଭଳି କଲେ ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।