କ୍ରିକେଟରୁ ଭାରତଙ୍କ ଅବସର
ଆନ୍ତର୍ଜାତିକ କ୍ରିକେଟରୁ ୩୨ବର୍ଷୀୟ ଯୁବ ଖେଳାଳି କୋନା ଶ୍ରୀକର ଭାରତ ବା କେ.ଏସ ଭାରତ ଅବସର ନେଉଥିବା ଜଣାପଡ଼ିଛି ।
ଗୁରୁବାର ଇନଷ୍ଟାଗ୍ରାମ ଜରିଆରେ ସେ ତାଙ୍କ ନିଷ୍ପତି ସମ୍ପର୍କରେ ଅବଗତ କରିଛନ୍ତି । ତେବେ ଏତେ କମ ବୟସରଙ୍କ ଭାରତ ଆନ୍ତର୍ଜାତିକ କ୍ରିକେଟ ଛାଡ଼ିବା ସାଧାରଣ କ୍ରିକେଟପ୍ରେମୀଙ୍କୁ ଚକିିତ କରିଛି । ୱିକେଟ ରକ୍ଷକ ବ୍ୟାଟସମ୍ୟାନ କେ.ଏସ ଭାରତ ୨୦୨୩ ଓ ୨୦୨୪ରେ ଭାରତ ପାଇଁ ୭ଟି ଟେଷ୍ଟମ୍ୟାଚ ଖେଳି ମୋଟ ୨୨୧ ରନ୍ କରିଥିଲେ ।
୨୦୨୩ ମସିହା ଫେବୃୟାରୀରେ ନାଗପୁରରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଟେଷ୍ଟ ପଦାର୍ପଣ କରିଥିଲେ । ବର୍ଷକ ପରେ ତାଙ୍କ ନିଜ ସହର ବିଶାଖାପାଟଣାରେ ଇଂଲଣ୍ଡ ବିରୋଧରେ କେ.ଏସ ଭାରତ ୭ମ ତଥା ଅନ୍ତିମ ଟେଷ୍ଟ ଖେଳିଥିଲେ ।
ଏକାଧିକ ଆଇପିଏଲ ଦଳରେ ଭାରତ ସାମିଲ ହୋଇଥିଲେ ହେଁ ଆରସିବି ଓ ଦିଲ୍ଲୀ କ୍ୟାପିଟାଲସ ପାଇଁ ମୋଟ ୧୦ଟି ମ୍ୟାଚ ଖେଳି ମୋଟ ୧୯୯ ରନ କରିଥିଲେ ।
ଭାରତୀୟ ଟେଷ୍ଟ ଦଳରେ ଋଷଭ ପନ୍ଥ ଓ ଧ୍ରୁବ ଜୁରେଲଙ୍କ ପରି ୱିକେଟ ରକ୍ଷକ ଥିବାରୁ ଭାରତଙ୍କୁ ଆଉ ସୁଯୋଗ ମିଳି ନଥିଲା ।
ଆନ୍ତର୍ଜାତିକ କ୍ରିକେଟ ଛାଡ଼ିଥିଲେ ମଧ୍ୟ ସେ ଘରୋଇ କ୍ରିକେଟ ଖେଳିବେ କି ନାହିଁ ତାହା ଭାରତ ସ୍ପଷ୍ଟ କରିନାହାଁନ୍ତି ।