ବଢ଼ିପାରେ ଗ୍ରୀଷ୍ମଛୁଟି ଅବଧି
ବର୍ତମାନର ପାଣିପାଗକୁ ଗୁରୁତ୍ୱ ଦେଇ ଗ୍ରୀଷ୍ମଛୁଟି (ଖରାଛୁଟି) ଅବଧି ବଢ଼ିପାରେ ।
ଏହା ନେଇ ଶୁକ୍ରବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତିଯେ ରାଜ୍ୟରେ ଖରା ସ୍ଥିତିକୁ ଦୃଷ୍ଟିରେ ରଖି ଛୁଟି ସମ୍ପର୍କରେ ପୁନଃ ନିଷ୍ପତି ନିଆଯିବ ।
ଜୁନ ୨୨ରେ ସ୍କୁଲ ଖୋଲିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା ।
ସୂଚନାନୁଯାୟୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ରାଜ୍ୟରେ ଏପ୍ରିଲ ୨୭ରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ଏ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଥିଲେ ।
ଏପ୍ରିଲ ୨୭ରୁ ରାଜ୍ୟ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ତେବେ ସଂପ୍ରତି ରାଜ୍ୟରେ ଯେଉଁ ଭାବେ ଗ୍ରୀଷ୍ମପ୍ରବାହ ଜାରି ରହିଛି, ତାହାକୁ ବିଚାର କରି ପରବର୍ତୀ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ସୂଚାଇଛନ୍ତି ।