କୋଟିପତି ଆଇଟିଡିଏ ଯନ୍ତ୍ରୀ ଗିରଫ
ନଗଦ ୨ କୋଟି ଟଙ୍କା, ୫୦୦ ଗ୍ରାମ ସୁନା ଜବତ
ବାଲିଗୁଡ଼ା ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏଇଇଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଗିରଫ ଏଇଇ ଶ୍ରୀ ବେହେରାଙ୍କ ୫ଟି ବହୁତଳ କୋଠା ସହ ୧୪ଟି ମୂଲବ୍ୟାନ ପ୍ଲଟ ଥିବା ଭିଜିଲାନ୍ସ ଜାଣିପାରିଛି ।
ଆଜିର ଚଢ଼ଉ ସମୟରେ ନଗଦ ୨ କୋଟି ଟଙ୍କା ସହ ୫୦୦ ଗ୍ରାମ ସୁନା ଅଳଙ୍କାରକୁ ଭିଜିଲନ୍ସ ଅଧିକାରୀମାନେ ଜବତ କରିଛନ୍ତି ।
ଏହି ଆୟ ବର୍ହଭୂତ ସମ୍ପତି ଠୁଳ ମାମଲାରେ ଶ୍ରୀ ବେହେରାଙ୍କୁ ଆଜି ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି ।