ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ
ଥିଲା ୯୧୩ ଟଙ୍କା, ବଢ଼ି ହେଲା ୯୩୯ ଟଙ୍କା
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିରହିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ଏବେ ତୈଳ ଓ ରନ୍ଧନ ଗ୍ୟାସର ସଙ୍କଟ ଦେଖାଦେଇଛି ।
ଭାରତ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ପୂର୍ବରୁ ରନ୍ଧନ ଗ୍ୟାସ ଉଭୟ ଘରୋଇ ଓ କର୍ମସିଆଲ ଗ୍ୟାସ ସିଲିଣ୍ଡରର ଦର ବଢ଼ିଥିଲା ।
ଆଜି ପୁଣି ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି । ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କା ଥିଲାବେଳେ ଆଜି ଏହା ଆଉ ୨୯ ଟଙ୍କା ବୃଦ୍ଧି ପାଇଛି ।
ଆଜି ଠାରୁ ଏହି ନୂଆ ଦର ଲାଗୁ ହୋଇଛି ।
ଆଜିର ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ୯୩୯ ଟଙ୍କା, ମୁମ୍ବାଇରେ ୯୧୨.୫୦ ଟଙ୍କାରୁ ୯୪୧,୫୦ ଟଙ୍କା, ଚେନ୍ନାଇରେ ୯୨୮.୫୦ ଟଙ୍କାରୁ ୯୫୭.୫୦ ଟଙ୍କା ଏବଂ ବେଙ୍ଗାଲୁରରେ ୯୧୩.୫୦ ଟଙ୍କାରୁ ୯୪୪.୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ଫଳରେ ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡରର ଦର ୯୬୮ ଟଙ୍କାକୁ ଛୁଇଁଛି ।
ସୂଚନାଥାଉ କି, ଗତ ମାର୍ଚ୍ଚ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବଢ଼ିଥିଲା ।